ODISHA'S NEW FINANCE, SCHOOL AND MASS EDUCATION AND LABOUR MINISTER
ଓଡିଶାର ୩ ନୂଆ ମନ୍ତ୍ରୀଙ୍କର ଶପଥ ଓ ଦାୟିତ୍ଵ ଗ୍ରହଣ (୨୨.୦୫.୨୦୨୩)
ନୂଆ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି । ୨୨.୦୫.୨୦୨୩ (ସୋମବାର) ଦିନ ଲୋକସେବା ଭବନରେ ତିନ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇଛନ୍ତି । ଶପଥ ପାଠ ପରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଛି । ଯାହା ଆଗରୁ ନିରଞ୍ଜନ ପୂଜାରୀଙ୍କୁ ଏହି ବିଭାଗ ଦିଆଯାଇଥିଲା । ନିରଞ୍ଜନ ପୂଜାରୀଙ୍କ ପାଖରେ ଏବେ ସ୍ୱାସ୍ଥ୍ୟ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ଵ ରହିଲା । ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରୂପେ ନିଯୁକ୍ତ କରାଯାଇଛି ଏବଂ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ମନ୍ତ୍ରୀ ରୂପେ ଦାୟିତ୍ଵ ମିଳିଛି ।
ODISHA'S 3 NEW MINISTER AND THEIR DEPARTMENT
Name | Field | Photo |
---|---|---|
ବିକ୍ରମ କେଶରୀ ଆରୁଖ | ଅର୍ଥ ବିଭାଗ(Finance) | ![]() |
ସୁଦାମ ମାର୍ଣ୍ଡି | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School and Mass Education) |
![]() |
ଶାରଦା ନାୟକ | ଶ୍ରମ ବିଭାଗ(Labour Minister) | ![]() |
NAME |
FILD | PHOTO |
---|---|---|
ନିରଞ୍ଜନ ପୂଜାରୀ | ସ୍ୱାସ୍ଥ୍ୟ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗ | ![]() |
- ନିରଞ୍ଜନ ପୂଜାରୀଙ୍କ ପାଖରେ ଅର୍ଥ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ଵ ରହିଥିଲା, ନବ ଦାସଙ୍କ ମୃତ୍ୟୁ ପରେ ଶ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରଯାଇଥିଲା ତଥା- ନୂତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିଲେ ।
- ୩ ମନ୍ତ୍ରୀଙ୍କ ଇସ୍ତଫା ଓ ୩ ନୂଆ ମନ୍ତ୍ରୀଙ୍କ ଶପଥ ଓ ବିଭାଗ ବଣ୍ଟନ ନେଇ "ଶ୍ରମ","ଅର୍ଥ" ,"ବିଦ୍ୟାଳୟ ଓ ଗଣଶିକ୍ଷା" ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ଦେଖାଯାଇଛି ।
- ନିରଞ୍ଜନ ପୂଜାରୀଙ୍କ ପାଖରେ ଏବେ ସ୍ୱାସ୍ଥ୍ୟ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ଵ ରହିଲା ।
Comments
Post a Comment