Certificate Rejected for mismatched surname(Cast, Resident, Income)||odisha e-district||
Certificate Rejected for mismatched surname
କାରଣ -: ପଟା(ROR )ରେ ଥିବା surname ସହିତ ଅନ୍ୟ document surname ସହିତ ମେଳ ନ ହେବା ।
- ପଟାରେ ରେ ଶ୍ରୀଧର ନାଏକ ଥିଲାବେଳେ ଅନ୍ୟ document ଯଥା (ଭୋଟର ଏବଂ ଆଧାର)ରେ ଶ୍ରୀଧର ନାୟକ ଲେଖା ହୋଇଥାଏ । ଏ ଭଳି କ୍ଷେତ୍ରରେ ଏହି ପ୍ରକାରର ସମସ୍ଯା ଦେଖାଯାଇଥାଏ।
ଆପଣ ମାନେ ଯେତେବେଳ ଆପ୍ଲିକେଶନ ଟିକୁ ସବମିଟ କରି ସାରିବା ପରେ , ଉପରକ୍ତ କାରଣ ଦ୍ଵାରା କାଟି ଦିଆଯାଉଅଛି ତାହେଲେ କଣ କରାଯାଇ ପାରିବ ।
- document correction କରିକି କରିପାରିବେ ।
- ବେଳେ ବେଳେ ଦେଖା ଯାଏ ଯେ ପଟାରେ ଯେଉଁ surname ଥାଏ, ଭୋଟର ଏବଂ ଆଧାରରେ ଅଲଗା ଥାଏ ଯେପରିକି naik- nayak, ନାଏକ - ନାୟକ । ପଟାରେ ଥିବ ରାମ ନାଏକ,ଭୋଟୋର ଏବଂ ଆଧାର ରେ ରାମ ନାୟକ , ବେଳେ ବେଳେ ନାମରେ ମଧ୍ୟ ଭୁଲ ପରିଲିଖିତ ହୋଇଥାଏ ଯଥା -: ନେତ୍ରା ନାୟକ - ନେତ୍ରାନନ୍ଦ ନାୟକ ଏ ଭଳି କ୍ଷେତ୍ରରେ ଆମକୁ "alias" ଶବ୍ଦକୁ ବ୍ୟବହାର କରିବା ଯାହାର ଅର୍ଥ ହେଉଛି ଛଦ୍ମ ନାମ (ଯଦି ଜଣେ ବ୍ୟକ୍ତି ତାଙ୍କର ପ୍ରକୃତ / ଅଫିସିଆଲ୍ ନାମ ବ୍ୟତୀତ ଅନ୍ୟ କୌଣସି ନାମ ଦ୍ୱାରା ଜଣାଶୁଣା ତେବେ ଅନ୍ୟ ନାମ ଛଦ୍ମନାମ ଶ୍ରେଣୀରେ ପଡେ)। Tanu Mahapatra alias Tanushri Mahapatra , Naik alias Nayak
ପଟାରେ ନାମ ଥିବା ନେତ୍ରା ନାୟକ, ଅନ୍ୟ document(ଭୋଟର ଏବଂ ଆଧାର) ନାମ ନେତ୍ରାନନ୍ଦ ଏ ଭଳି କ୍ଷେତ୍ରରେ "alias" କୁ ବ୍ୟବହାର କରିବ -: (ନେତ୍ରା alias ନେତ୍ରାନନ୍ଦ, Netra alias Netrananda)
surname ଭୁଲ ଥିଲେ -: ପଟାରେ ନାଇକ ବା ନାଏକ ଅନ୍ୟ ଡକୁମେଣ୍ଟ(ଭୋଟର ଓ ଆଧାର ) ନାୟକ ଥିଲେ -:
Naik alias Nayak , Naek alias Nayak ଏ ଭଳି ଲେଖିକି document ବା Declaration form ରେ ଉଲ୍ଲେଖ କରିପାରିବେ । ଏଭଳି କରିବା ଦ୍ଵାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ଯଦି ଏହା ପରେ ବି ଏହି ସମସ୍ୟାର ସମାଧାନ ନ ହୁଏ ତାହାହେଲ RI office ଓ Tahasil office ରେ ଯୋଗାଯୋଗ କରନ୍ତୁ , ଆପଣଙ୍କ ସମସ୍ଯା ନିହାତି ଭାବରେ ସମାଧାନ ହୋଇଯିବ ।
Comments
Post a Comment