Gond-Samaj-3Deo(ଗୋଁଡ଼-ସମାଜ-୩ଦେଓ)


ତିନି ଦେଓ 

ଶୁଣିଣ ଧ୍ଵଜାକୁ ଚାହିଲେ ଭଗବାନ 
ଧ୍ବଜରୁ ଏକ ପୁରୁଷ ହୋଇଲେ ଜନମ । 
ତିନିପୁଷ୍ପେ ଧ୍ଵଜା ଚିହ୍ନ ହୋଇଲା ଜନମ 
ତିନିଦେୟ ବୋଲି ତେଣୁ ତାଙ୍କୁ ଦେଲେ ନାମ 
ନାମକର୍ଣ୍ଣ କଲେ ତାକୁ ସେଠାବରେ ବସି 
ଚନ୍ଦ୍ର ନୃପ ବୋଲି ନାମ ଦେଲେ ବ୍ରହ୍ମରାଶି । 
କୁଳଗୁରୁ ବଶିଷ୍ଟ ତାହେଜେ ବୋଇଲେ 
ଘୃତ କଉଶିବ ଗୋତ୍ରୀ ସେ ଦିନୁ ବୋଲାଇଲେ । 

GOND SAMAJ 3DEO/DIYA LOGO
GOND SAMAJ 3DEO/DIYA LOGO


ତିନି ଦେଓ 

  • ବଂଶ - ସୂର୍ଯ୍ୟବଂଶ 
  • ସିଂହରାଜ -ଆହ୍ଲାଦ ଦେଇ ରାଣୀ 
  • ପୁତ୍ର -କଳିଭୁଜ, ବଳୀଭୁଜ 
  • ଗଡ -ସୁମେରୁଗଡ , ଦନ୍ତର ଗଡ, ଷାଠିଶଙ୍କର ବାଘଗଡ, ବାଘ ମୁହିଁ ଗଡ ,ଲାହୋର ଗଡ 
  • ଭାଡି - ତିନି ଭାଡି, ତିନିଗୋଡି 
  • ବାନା - ନୀଳଚକ୍ର ବାନା , ବାଘଚିହ୍ନ ଧ୍ଵଜା 
  • ପାଲଙ୍କି- ଭ୍ରମର ମୁହିଁ  ପାଲଙ୍କି 
  • ପୋଥି -ରାମାୟଣ 
  • ଗୋତ୍ର ଓ ଗୁରୁ - ଘୃତ କୌଶିକ, ବଶିଷ୍ଟ 
  • ପ୍ରବର - ବଶିଷ୍ଟ , ଇନ୍ଦ୍ର ପ୍ରମଦ ଆଭରହ ବସୁ , ଚ୍ଯବନ
  • ଶାଖା -କୌଥମି, ଭାର୍ଗବ , ଯମଦଗ୍ନୀ, ବାମଦେବ, ଧର୍ମବୈଷ୍ଣବ, ସୂତ୍ର ଗୋଡିଲା 
  • ଖଳା - କୁଶଖଳା, କୁଶକୁମୁରା, ଆଦିକୁମୁରା 
  • ଖଣ୍ଡା - କନକଚନ୍ଦ୍ର ଗୌରି, ମାଘାମାଝୀ,ଦୁଲାଇ ଗଉଡୁଣୀ ବାଘିଆ 
କଦମ୍ବ  ବୃକ୍ଷକୁ ତିନିଦେୟ ମାନେ ପୂଜା କରନ୍ତି । ଏ ମାନଙ୍କ ମଧ୍ୟରେ ନେଟୀ ଗୋଁଡ଼ ଜ୍ୟୋଷ୍ଠ । ଶୁସ,ଖୁସ ଓ ଧାରୁଆ ସଂଜ୍ଞାରେ ଏମାନେ ମୂଳରୁ ପରିଚିତ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଯେଉମାନେ ବିଶେଷ ଭାବରେ ରାଜକର୍ମଚାରୀ କର୍ମରେ ନିଯୁକ୍ତ ହୋଇ ରାଜାଙ୍କ ଠାରୁ ପଦପଦବୀରେ ଥିଲେ ସେହି ପଦବୀ ଅନୁସାରେ ସେମାନଙ୍କର ସାଇଙ୍ଗା (ସଂଜ୍ଞା) ଏବେ ପ୍ରଚଳିତ ହୋଇ ଆସୁଅଛି ଯଥା -: ନାୟକ, ମାନସିଂହ , ସିଂହ, ଦଳେଇ, ବଳିଆର ସିଂହ, ଖଣ୍ଡା, କବାଟ ଇତ୍ୟାଦି ।  

GOND SAMAJ 3DEO/DIYA LOGO

GOND SAMAJ 3DEO/DIYA LOGO

MORE LINKS-: 

Comments

Post a Comment

Popular posts from this blog

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

ODISHA'S FAMOUSE BOOKS AND THEIR AUTHOR

ODISHA NEW MUNICIPALITIES AND NACs LIST 2024