HENPECKED(ହେନପେକେଡ୍‌)

 

HENPECKED

ବେଶ କିଛି ଲୋକ ଦୁନିଆରେ ଅଛନ୍ତି ଯେଉମାନେ ସେମାନଙ୍କ ପତ୍ନୀଙ୍କ କଥା ମନି ଚଳନ୍ତି । ସାଧାରଣ ଲୋକଙ୍କ କଥାରେ ପୁରା ଆଜ୍ଞାକାରୀ ସ୍ଵାମୀ । ସ୍ତ୍ରୀ ଯାହା କହିବେ ସ୍ଵାମୀ ମାନିବାକୁ ସତେଯେମିତି ବାଧ୍ୟ । ସ୍ତ୍ରୀଙ୍କ କଥା ମାନି ସ୍ତ୍ରୀଙ୍କ ସମସ୍ତ କାର୍ଯ୍ୟରେ (ବାସନ ମଜିବା, ଘର ସାଫା କରିବା ଏମିତିକି ରୋଷେଇରେ ମଧ୍ୟ) ସାହାଯ୍ୟ କରନ୍ତି । ସ୍ତ୍ରୀ ଯଦି କହିବେ ଘରକୁ ଶିଘ୍ର ଫେରିବାକୁ ତେବେ ସବୁ କାମ ପଛରେ ପକାଇ ତୁରନ୍ତ ଆସି ସ୍ତ୍ରୀଙ୍କ ପାଖରେ ହଜାର ହୋଇଯିବେ । ଏମିତି ଲୋକଙ୍କ ଉଦାହରଣ ବି ଆମେ ଦେଖିଛେ । ଫିଲ୍ମ କି ସିରିଏଲରେ ଏମିତି ଚରିତ୍ର ବି ଦେଖିବାକୁ ପାଇବେ ଯାହାଙ୍କୁ କୁହାଯାଏ ଜୋରୁ କା ଗୁଲାମ । ଅନେକ ସମୟରେ ଏମିତି ଲୋକଙ୍କୁ କେହି କେହି ଥଟ୍ଟାମଜାରେ ହେନପେକେଡ୍‌  କହି ଚିଡାଇଥାନ୍ତି । ତେବେ ଏହି ହେନପେକେଡ୍‌ କଣ ? ହେନପେକେଡ୍‌ ଶବ୍ଦ ବିଷୟରେ ଜାଣିବା । ଯେଉଁମାନେ ନିଜ ସ୍ତ୍ରୀ ଦ୍ଵାରା ପରିଚାଳିତ ହୁଅନ୍ତି ବା ସ୍ତ୍ରୀ ନିୟନ୍ତ୍ରଣରେ ରହିଥାନ୍ତି ସେମାନଙ୍କୁ ହେନପେକେଡ୍‌ କୁହାଯାଇଥାଏ । ହେନପେକେଡ୍‌ ଶବ୍ଦ ଶକରତ୍ମକ ବଦଳରେ ନକରାତ୍ମ ଅର୍ଥରେ ବ୍ୟବହାର କରାଯାଇଥାଏ । ଓଡିଆରେ ଏମାନଙ୍କୁ ସ୍ତ୍ରୈଣ ବୋଲି ମଧ୍ୟ କୁହାଯାଏ । ଅର୍ଥାତ ଭଲ ମନ୍ଦ ବିଚାର ନକରି , ସ୍ତ୍ରୀକୁ ଖୁସି ରଖିବା ଉଦ୍ଦେଶ୍ୟରେ ଯେଉଁ ସ୍ଵାମୀ ସ୍ତ୍ରୀର କଥା ମନି ସବୁ କାମ କରିଥାଏ ସେମାନଙ୍କୁ ହେନପେକଡ୍‌ କୁହାଯାଏ । ୟୁରୋପୀୟ ଦେଶଗୁଡ଼ିକର ସହରତାଳିଆ ଅଞ୍ଚଳ ଏବଂ ଛୋଟ ଛୋଟ ଗାଁରେ ସେମାନେ ଖାଲି  ସ୍ତ୍ରୀ କଥା ମାନି ଚଳିନଥାନ୍ତି , ବରଂ କିଛି କାମ କରିବା ପୂର୍ବରୁ ସ୍ତ୍ରୀର ଅନୁମତି ମଧ୍ୟ ମାଗିଥାନ୍ତି । ହେନପେକେଡ୍‌  ଶବ୍ଦ କୁକୁଡାର ଆଚରଣରୁ ନିଆଯାଇଛି । ହେନପେକେଡ୍‌ ସ୍ଵାମୀ ନିଃସହାୟ ଥାଏ। ସ୍ତ୍ରୀକୁ ବଡ ପାଟିରେ କିଛି କହିବାର ସାହସ ନ ଥାଏ ।  ଅଧିକାଂଶ ଦେଶରେ ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା ଚାଲୁରହିଛି । ଅଧିକାଂଶ ପରିବାରରେ ସ୍ଵାମୀ କଥା ଅନୁସାରେ ଚଲିଥାଏ ସ୍ତ୍ରୀ । କିନ୍ତୁ ଯେତେବେଳେ ଏହାର ବିପରୀତ ଦେଖାଯାଏ ସେତେବେଳେ ସ୍ଵାମୀକୁ ହେନପେକେଡ୍‌ କୁହାଯାଏ । ହେନପେକେଡ୍‌ ସ୍ବାମୀଙ୍କୁ ଦୁଃଖି, ଉଦାସ, ନିଃସହାୟ ରୂପେ ଦେଖାଯାଇଥାଏ । ବେଳେବେଳେ ଦେଖିବାକୁ ମିଳେ ବିବାହ ପରେ କିଛି ଲୋକ ସାଙ୍ଗସାଥିଙ୍କ ଗହଣରେ ଉଦାସ ହୋଇ ବାସନ୍ତି । ସାଙ୍ଗସାଥୀମାନେ ଥଟ୍ଟା କରି କହନ୍ତି କି ବିବାହ ପରେ ସେ ବଦଳି ଯାଇଛି । ପ୍ରକୃତରରେ ଉଦାସ ରହିଥିବା ସେହି ବ୍ୟକ୍ତି ହେନପେକେଡ୍‌ ହୋଇଯାଇଥାଏ । 


Comments

Popular posts from this blog

ODISHA'S FAMOUSE BOOKS AND THEIR AUTHOR

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

JNANPITH AWARD WINNER LIST OF ODISHA(1965-2022)