THE GREAT GRANDFATHER TREE(OLDEST TREE) 5000 YEAR OLD TREE

 

THE GREAT GRANDFATHER TREE

GREAT GRANDFATHER TREE
(GREAT GRANDFATHER TREE)

ହଜାର ହଜାର ବର୍ଷ ପାର କରିଗଲା ପରେ ବି ଦାମ୍ଭିକ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ପ୍ରପିତାମହ(ଗ୍ରେଟ ଗ୍ରାଣ୍ଡ  ଫାଦର)। ଏହି ନାମରେ ପରିଚିତ ଏହି ବୃକ୍ଷ । ଚିଲିର ଘଞ୍ଚ ଜଙ୍ଗଲରେ ଡାଳ ପତ୍ର ମେଲାଇଥିବା ୫ ହଜାରରୁ ଅଧିକ ବର୍ଷର ଏହି ବିଶାଳ ବୃକ୍ଷକୁ ବିଶ୍ଵର ସବୁଠାରୁ ପୁରୁଣା ବୋଲି କୁହାଯାଉଛି । ସରକାରୀ ଭାବେ ସେଭଳି ସ୍ଵୀକୃତି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଇଜିପ୍ଟର ଦକ୍ଷିଣ କାଇରୋ ସହରଠାରୁ ପ୍ରାୟ ୩୨ କିମି ଦୂରରେ ଅବସ୍ଥିତ ସାକାରା ନାମକ ସ୍ଥାନରେ ସଂପ୍ରତି ୪,୩୦୦ ବର୍ଷର ଏକ ପୁରୁଣା ମମିର ସନ୍ଧାନ ମିଳିଛି ।  କିଛି ପ୍ରତ୍ନତତ୍ତ୍ଵବିଦ କୁହନ୍ତି ଏହା କାଳେ ଆଜି ପର୍ଯ୍ୟନ୍ତ ଠାବ ହୋଇଥିବା ବିଶ୍ଵର ସର୍ବପ୍ରାଚୀନ ମମି । ଯଦିଓ ଏହି ଦାବି ନେଇ ମତଭେଦ ରହିଛି । ଗାଣିତିକ ସେହି ମମିର ବୟସକୁ ବି ଟପିଯାଇଛି 'ଗ୍ରେଟ ଗ୍ରାଣ୍ଡଫାଦର' । ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ,  ଏହାର ଗୋଟିଏ ଚେରର ବ୍ୟସାର୍ଦ୍ଧ ୧୩ ଫୁଟ(୪ ମିଟର) । ଏହି ବୃକ୍ଷଟିର ଉଚ୍ଚତା ପ୍ରାୟ ୯୨ ଫୁଟ(୨୮ମିଟର)ଏହା ପୂର୍ବରୁ ବିଶ୍ଵର ସବୁଠାରୁ ପୁରୁଣା ବୃକ୍ଷର ମାନ୍ୟତା ପାଇଥିଲା ମେଥୁସେଲାଆମେରିକାର କାଲିଫନିଆର ସେହି ଗ୍ରେଟ ବେଶିନ ବିସଲକୋନ ପାଇନ ଗଛଟି ୪୮୫୦ ବର୍ଷ ପୁରୁଣା । ଦୀର୍ଘ ବର୍ଷ ଧରି ଏତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିପରି ନିଜକୁ ବଞ୍ଚାଇ ରଖିଛି ଏହି 'ଗ୍ରେଟ ଗ୍ରାଣ୍ଡଫାଦର' ତାହା ଜାଣିବା ପାଇଁ ଗଛର କିଛି ଅଂଶ ବାହାର କରାଯାଇ ତାହାର ପରୀକ୍ଷାନିରିକ୍ଷା କରାଯାଇଛି । ଦକ୍ଷିଣ ଚିଲିର ଜଙ୍ଗଲରେ ଏହି ଗଛଟିର ପ୍ରକୃତ ବୟସ ଜାଣିବା ପାଇଁ ଏହାର ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି କେତେଜଣ ବିଜ୍ଞାନୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଆର୍ଜେଣ୍ଟିନାର ଅଷ୍ଟ୍ରାଲ ବିଶ୍ବବିଦ୍ୟାଳୟର  ଅନ୍ତୋନିୟୋ ଲାରା । ଚିଲିର ସେଣ୍ଟର ଫୋର କ୍ଲାଇମେଟ ସାଇନ୍ସ ଆଣ୍ଡ ରେଜିଲିଏନ୍ସ ସହିତ ଯୁକ୍ତ ରହିଛନ୍ତି ଅନ୍ତୋନିୟୋ । ଗଣମାଧ୍ୟମକୁ ଲାରା କହନ୍ତି ଅନ୍ୟ କୌଣସି ଗଛର କ୍ଷେତ୍ରରେ ଏତେ ବର୍ଷ ବଞ୍ଚି ରହିବାର ସୁଯୋଗ ହୋଇନି । ଚିଲିର ରାଜଧାନୀ ସାଣ୍ଟିଗୋରୁ ପ୍ରାୟ ୮୦୦ କିମି ଦକ୍ଷୀଣରେ ଲସ ରିଓ ଅଞ୍ଚଳର ଜଙ୍ଗଲ ମଧ୍ୟରେ ଗୋଟିଏ ଖାଇ ପାର୍ଶ୍ଵରେ ରହିଛି ଏହି ଗଛବିଶେଷଜ୍ଞମାନଙ୍କ ଅନୁସାରେ ସରଳବର୍ଗୀୟ ଚିରହରିତ ଏହି ଗଛଟି ପ୍ରକୃତରେ ଫିତରୋଜୋୟା କାପ୍ରେସୋଦେଶ ପ୍ରଜାତିର । ଲାଟିନ ଆମେରିକାରରେ ଏହା ସ୍ଥାନୀୟ ବୃକ୍ଷ ହିସାବରେ ପରିଚିତ । 'ଗ୍ରେଟ ଗ୍ରାଣ୍ଡଫାଦର' କୁ ନେଇ ଅଧିକ ଗବେଷଣା ଆରମ୍ଭ ହୋଇଥିବାରୁ ସେହି ଗଛ ପାଖକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ମନ କରାଯାଇଛି । କିଛିଦିନ ତଳେ ଏହି ଗଛ ତଳେ ଛିଡା ହୋଇ ପର୍ଯ୍ୟଟକମାନେ ସେଲଫି ଉଠାଉଥିଲେ । ଏବେ ଚିଲି ସରକାର ସେହି ଗଛଟିକୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଅଧିକ କର୍ମଚାରୀ ନିଯୁକ୍ତି କରିଛନ୍ତି । ବିଜ୍ଞାନୀମାନେ ଜାଣିଛନ୍ତି ୧୯୭୨ ମସିହାରେ  ଚିଲିର ଏହି ଜଙ୍ଗଲରେ ବୁଲାବୁଲି କରୁଥିବା ବେଳେ ଏହି ଗଛଟିର ସନ୍ଧାନ ପାଇଥିଲେ ସ୍ଥାନୀୟ ଜଣେ ଜଙ୍ଗଲ ଅଧିକାରୀ । ତାହା ପରଠାରୁ ଏହି ଗଛ ସମ୍ପର୍କରେ ପରିକ୍ଷାନିରିକ୍ଷା ଆରମ୍ଭ ହୋଇଥିଲା । 'ଗ୍ରେଟ ଗ୍ରାଣ୍ଡଫାଦର' ର ସନ୍ଧାନ ମିଳିବାର ପ୍ରାୟ ୧୬ ବର୍ଷ ପରେ ହୃଦଘାତରେ ପ୍ରାଣ ହାରିଥିଲେ ସେହି ଜଙ୍ଗଲ ରକ୍ଷକ ଜଣ । ତେବେ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ଗଛଟି ବିଷୟରେ ବାହ୍ୟ ଦୁନିଆକୁ ଜଣାଇବାକୁ ଚାହୁଁନଥିଲେ । ଜଙ୍ଗଲ ରକ୍ଷକଙ୍କ ଝିଅ କୁହନ୍ତି ଏହି ଗଛଟି ଏହି ଗଛଟି ଏତେ ମୁଲ୍ଯବନ ବୋଲି ବୁଝିପାରିଥିଲେ ତାଙ୍କ ପିତା । ତେଣୁ ଗଛଟି ସାଧାରଣ ଲୋକଙ୍କ ଦ୍ରୁଷ୍ଟି ଆଢୁଆଳରେ ରଖିବାକୁ ଚାହିଁଥିଲେ । ୨୦୨୦ ମସିହାରେ 'ଗ୍ରେଟ ଗ୍ରାଣ୍ଡଫାଦର'ର କେନ୍ଦ୍ରସ୍ଥଳରୁ ନମୁନା ସଂଗ୍ରହ କରିବାକୁ ଯାଇଥଲେ ଏକ ବିଶେଷଜ୍ଞ ଦଳ । ନମୁନା ପରୀକ୍ଷା ପରେ ବିଶେଷଜ୍ଞମାନେ ଦାବି କରିଥିଲେ ଗଛଟି ପ୍ରାୟ ଆଢେଇ ହଜାର ବର୍ଷ ପୁରୁଣା । କିନ୍ତୁ ଏହି ଗଛର ପ୍ରାୟ ୮୦ ପ୍ରତିଶତ ଦେଖିଲେ ମନେ ହେବ ୫୦୦୦ ହଜାର ବର୍ଷ ପୁରୁଣା । 

COUNTRY                    :  CHILE
LOCATION                  :  ALERCE COSTERO NATIONAL PARK(PARQUE NATIONAL COSTERO),                                                LA UNIONLOS RIOS REGION
TREE NAME                : "GREAT GRANDFATHER" TREE(PANTAGONIAN CYPRESS)
AGE                               :  MORE THAN 5000 YEAR 
HEIGHT                        : 28METER(APPROX 92 FEET)
ROOT DIAMETER      :  4 METER
GENUS                         :  FITZOYA
SPECIES                       :  FITZROYA CUPRESSOIDES

GREAT GRANDFATHER TREE
GREAT GRANDFATHER TREE

METHUSELAH TREE
METHUSELAH TREE

METHUSELAH TREE
METHUSELAH TREE

GREAT GRANDFATHER TREE
GREAT GRANDFATHER

GREAT GRANDFATHER

GREAT GRANDFATHER
GREAT GRANDFATHER


Comments

Popular posts from this blog

GOND SAMAJ 4DEO(ଗୋଁଡ଼-ସମାଜ-୪ଦେଓ/ଦିଆ )

ODISHA'S FAMOUSE BOOKS AND THEIR AUTHOR

JNANPITH AWARD WINNER LIST OF ODISHA(1965-2022)