AMA BANK ଆମ ବ୍ଯାଙ୍କ
AMA BANK( ଆମ ବ୍ଯାଙ୍କ)
ଓଡିଶାର 6798 ଗ୍ରାମପଞ୍ଚାୟତ ବ୍ଯାଙ୍କ ବିହୀନ ଅଟେ । ବ୍ଯାଙ୍କଙ୍ଗ ଏକ ଜରୁରୀ ସେବା ହୋଇଥିବାରୁ ରାଜ୍ୟର ପ୍ରତ୍ଯେକ ଗ୍ରାମ ପଞ୍ଚାୟତକୁ ନିରବଛିନ୍ନ ବ୍ଯାଙ୍କ ସେବା ପ୍ରଦାନ ପାଇଁ ଏକ ବ୍ଯାଙ୍କ ଶାଖାର ଆବଶ୍ୟକତା ରହିଛି ।
ନିରବଛିନ୍ନ ବ୍ଯାଙ୍କଙ୍ଗ ସେବା ତଥା ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରତ୍ଯକ୍ଷ ଲାଭ ସ୍ଥାନାନ୍ତର (ଡ଼ିବିଟି) ଠିକ ସମୟରେ ଉପଲବ୍ଧି କରାଇବା ପାଇଁ ବ୍ଯାଙ୍କର ଉପସ୍ଥିତି ଅପରିହାର୍ଯ ଅଟେ । ତେଣୁ, ଓଡିଶା ସରକାର 6 ଗୋଟି ରାଷ୍ଟ୍ରୟତ ବ୍ଯାଙ୍କ ଯଥା ଷ୍ଟେଟ ବ୍ଯାଙ୍କ ଓଫ ଇଣ୍ଡିଆ , ବ୍ଯାଙ୍କ ଓଫ ଇଣ୍ଡିଆ , ବ୍ଯାଙ୍କ ଓଫ ବୋରୋଦା ,ୟୁକୋ ବ୍ଯାଙ୍କ ,ୟୁନିୟନ ବ୍ଯାଙ୍କ, ପଞ୍ଜାବ ନେସନାଲ ବ୍ଯାଙ୍କର ମିଳିତ ସହଯୋଗରେ "ଆମ ବ୍ଯାଙ୍କ" ନାମରେ ସମସ୍ତ ବ୍ଯାଙ୍କ ବିହୀନ ଗ୍ରାମପଞ୍ଚାୟତ ଗୁଡିକରେ ସିଏସପି ପ୍ଲସ ଆଉଟଲେଟ ମାଧ୍ୟମରେ ବ୍ଯାଙ୍କ ସେବା ପ୍ରଦାନ ଲକ୍ଷ ନେଇ ଆଗେଇ ଆସିଛନ୍ତି । ଆର୍ଥିକ ଅନ୍ତଭୁକ୍ତିକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ । ସିଏସପି ପ୍ଲସ ଅଉଟଲେଟ ଗୁଡିକ ସ୍ଥାୟୀ ବ୍ଯାଙ୍କ ଶାଖାପରି ସମସ୍ତ ବ୍ଯାଙ୍କ ସେବା ଯୋଗାଇ ଦେବେ । ପ୍ରତ୍ଯେକ ସିଏସପି ପ୍ଲସ ଅଉଟଲେଟ ଦୁଇଜଣ କରେସ୍ପଣ୍ଡେଣ୍ଟ (ବିସି) ଦ୍ଵାରା ପରିଚାଳିତ ହେବ ଏବଂ ଏହା ସଂଯୁକ୍ତ ବ୍ଯାଙ୍କ ଶାଖାର ସମତୂଲ୍ୟ ନିୟମ ପାଳନ କରିବ ।
![]() |
ଆମ ବ୍ଯାଙ୍କ |
ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ବ୍ଯାଙ୍କ ସେବା ଯୋଗାଇଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଭାରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି । ରାଜ୍ୟରେ ବ୍ଯାଙ୍କ ବିହୀନ ଗ୍ରାମ ପଞ୍ଚାଯତ ଗୁଡିକରେ ବସବାସ କରୁଥିବା ସମସ୍ତ ଲୋକମାନେ ସୁଲଭ ଏବଂ ଦେୟ ମୁକ୍ତ ବ୍ୟାଙ୍କିଙ୍ଗ ସେବା ପାଇପାରିବେ । ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନେ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସେବା ଓ ପ୍ରତ୍ଯକ୍ଷ ଲାଭ ସ୍ଥାନାନ୍ତର (ଡ଼ିବିଟି) ସେବାର ସୁବିଧାମାନ ପାଇପାରିବେ ।
- ରାଜ୍ୟ ସରକାର ୫ ବର୍ଷ ପାଇଁ ରାଜ୍ୟର ସମସ୍ତ ବ୍ଯାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ବିନା ମୂଲ୍ଯରେ ବ୍ଯାଙ୍କ ପରିଚାଳନା ନିମିତ୍ତ ଗୃହ ପ୍ରଦାନ କରିବେ ।
- ରାଜ୍ୟର ସମସ୍ତ ବ୍ଯାଙ୍କ ବିହୀନ ଗ୍ରାମ ପଞ୍ଚାୟତଗୁଡିକରେ ସିଏସପି ପ୍ଲସ ଆଉଟଲେଟର ସୁଗମ ପରିଚାଳନା ପାଇଁ ଇଣ୍ଟରନେଟ ସୁବିଧା ସହ ବିଦ୍ୟୁତ ସଂଯୋଗର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେବେ ।
- ସିଏସପି ପ୍ଲସ ଆଉଟଲେଟ ଖୋଲିବା ପାଇଁ ରାଜ୍ୟ ଶର୍କର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ମାସିକ ପୁନଃପୌନିକ ଖର୍ଚ୍ଚ ବହନ କରିବେ ।
ସିଏସପି ପ୍ଲସ ଆଉଟଲେଟ ଦ୍ଵାରା ସେବା ପ୍ରଦାନ (ଆମ ବ୍ଯାଙ୍କ )
- ମୌଳିକ ସଞ୍ଚୟ ଖାତା
- ନଗଦ କାରବାର /ଟଙ୍କା ପଠାଇବା ସୁବିଧା
- ଆଧାର ସକ୍ଷମ ଦେୟ ସୁବିଧା
- ସମାଜିବା ସୁରକ୍ଷା ଯୋଜନା ପାଞ୍ଜିକରଣ (PMJJBY,PMSBY,APY )
- ଭାରତ ବିଲ ଦେୟ ବ୍ୟବସ୍ଥା(BBPS)
- ଖାତା ଅପଡେଟ କରିବା
- ଆର . ଡି ଖାତା ଖୋଲିବା
- ଏଫ. ଡି ଖୋଲିବା
- ବାଲାନ୍ସ ଅନୁସନ୍ଧାନ କରିବା
- ନୂଆ ଋଣ ଆବେଦନ କରିବା
- ଋଣ ଅସୁଲି କରିବା
- ଏ. ଟି. ଏମ ଆବେଦନ କରିବା
- ଏ . ଟି . ଏମ ଦ୍ଵାରା ଜମା ରାଶି ଉଠାଣ କରିବା
- ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ପାଇଁ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସେବା
- PPF ଓ ସୁକନ୍ୟା ଯୋଜନାରେ ଆକାଉଣ୍ଟ ଖୋଲିବା
- ଚଳନ ହିସାବ ଖାତା (Current Account) ଖୋଲିବା
- SHG / JLG ର କ୍ରେଡିଟ ଲିଙ୍କେଜ
- NPA ଏକାଉନ୍ଟ ର ପୁନଃରୁ ଦ୍ଧାର
- ଚେକ ବୁକ ,ଅର୍ଥ ପ୍ରଦାନ ସ୍ଥଗିତ , ଲାଇଫ ସାର୍ଟିଫିକେଟ , ଡେବିଟ କାର୍ଡ ଆବେଦନ
Comments
Post a Comment